Press "Enter" to skip to content

27 ଜୁନ ପର୍ଯ୍ୟନ୍ତ ଛେଚିବ ବର୍ଷା ଏହିସବୁ ଜିଲ୍ଲା କୁ ପାଣିପାଗ ବିଭାଗ ଜାରିକଲା ବିପଦ ସଂକେତ

ଆଜି ଜୁନ ୨୨ ତାରିଖରେ ଦକ୍ଷିଣ ଓଡିଶାରେ ଅଳ୍ପ କିଛି କିଛି ବର୍ଷା ସହ ମୌସୁମୀ ଆଗମନ ହୋଇଛି। ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗକୁ ମୌସୁମ ଠିକ ଭାବେ ରହିବ ନାହିଁ। ପାଗ ଘୋରା ଘୋରା ରହିବ।

ଅନେକ ସ୍ଥାନରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ମୁଁସୁନ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ଦିନ ମାନଙ୍କରେ ପାଗ କିପରି ରହିବ, କେଉଁ କେଉଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ କେଉଁ କେଉଁ ସ୍ଥାନରେ ତାପମାତ୍ରା କେତେ ରହିବ, ଆସନ୍ତୁ ଜାଣିବା।

ଆସନ୍ତା ୨୪ ଜୁନ ରୁ ୨୭ ଜୁନ ପର୍ଯ୍ୟନ୍ତ ଜବର ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ୧୦୫ ମିଲି ମିଟର ରୁ ୧୩୨ ମିଲି ମିଟର ପର୍ଯ୍ୟନ୍ତ ରହିବ। ୨୨ ଜୁନରେ ହେଇଥିବା ବର୍ଷା ଟିକେ ଟିକେ ପ୍ରଭାବିତ କରିଥିବା ଜିଲ୍ଲା ହେଉଛି ନୟାଗଡ଼, ଯାଜପୁର, ଭଦ୍ରକ, କଳାହାଣ୍ଡି, କେନ୍ଦୁଝର, ରାୟଗଡ଼ା, ରାଉରକେଲା ଇତ୍ୟାଦି ଠାରେ ଅଳ୍ପ ଅଳ୍ପ ପ୍ରଭାବିତ ହୋଇଛି।

ଏଠାରେ ଆଗକୁ ବହୁତ ଜୋର ରେ ହେବାର ସମ୍ଭାବନା ରହିବା ସହିତ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ବର୍ଷା ଜରୁର ହେବାର ଆଶଙ୍କା ରହିଛି। ଯାହାକି ୧୦୦ ମିଲି ମିଟର ଉର୍ଦ୍ଧ୍ବରୁ ଅଧିକ ବର୍ଷା। ଆହୁରି ମଧ୍ୟ ଅଧିକ ବର୍ଷା ପାତ ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷିବ ଅଧିକ।

ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି, ନୟାଗଡ଼, ଆଦି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା। ଜଗତସିଂହପୁର, କଟକ, କେନ୍ଦ୍ରାପଡା, ପାରାଦୀପ, ପୁରୀ ଆଦି ଜିଲ୍ଲାରେ ବର୍ଷା ମୌସମ ଦେଇ ସାରିଲାଣି। ଆଗାମୀ କିଛି ଘଣ୍ଟାରୁ ଜୁନ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବର୍ଷାର ପ୍ରକୋପ। ଖାସ କରି ୨୬ ଏବଂ ୨୭ ତାରିଖରେ ବର୍ଷା କାଚିବ ଜବର। ମୌସୁମୀ ପବନ ହେତୁ ଚାରିଆଡ଼ ଅନ୍ଧାର ହୋଇଯିବ।

ସାରା ଓଡ଼ିଶାରେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡିରେ ଆରମ୍ଭ ହୋଇ ସାରିଲାଣି।ଯାହା ହେବାର ଥିବ ତାହା ଘଟିବ, କେବଳ ପାଣିପାଗ ବିଭାଗ ପକ୍ଷରୁ ଏତିକି କରାଯାଏ, ଆସନ୍ତା ପାଗ ଓ ମୌସମ ବିଷୟରେ ଜନ ସାଧାରଣଙ୍କୁ ସଚେତନ। ଯାହାଫଳରେ ନିଜର ଏବଂ ସାରା ଜନ ସମାଜର କୋୖଣସି କ୍ଷତି ହେବାରୁ ବଂଚିତ ହେବେ।

ଘର, ଫସଲ ଆଦିକୁ ସୁରକ୍ଷିତ ଭାବେ ରଖିବେ ଯେଉଁଥିରେ କୌଣସି ଫସଲ ବର୍ଷା ଯୋଗୁଁ ନଷ୍ଟ ନ ହେଉ। ଚାଷୀ ଖୁସିରେ ରହିଲେ ଫସଲ ଭଲ ହେବ, ଫସଲ ଭଲ ହେଲେ ସାଧାରଣ ଲୋକ ମାନେ ମଧ୍ୟ ଖୁସିରେ ରହିବେ ଯାହାଫଳରେ ସାରା ଓଡ଼ିଶା, ସାରା ଭାରତ ବର୍ଷ ଉନ୍ନତି ହେବା ସହ ଖୁସିରେ ରହିବେ। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସମସ୍ତ ସୂଚନା ସମ୍ଭାବ୍ୟ ବା ଆଶଙ୍କିତ ଭାବରେ ଦିଆଯାଇଥାଏ।

ଯଦି କୌଣସି ଠାରେ ସୂଚନା ସମ୍ଭାବ୍ୟ ଅନୁସାରେ ନ ହୁଏ , ତେବେ ପାଣିପାଗ ବିଭାଗକୁ ଅବିଶ୍ୱାସ କରିବା ଭୁଲ। ପ୍ରାକୃତିକ ପରିବେଶ କଥା କେହି କିଛି ନିର୍ଦ୍ଧିଷ୍ଟ କରି କହି ପାରିବେ ନାହିଁ। ସ୍ୱତନ୍ତ୍ର ସ୍ଥାନରେ ରହି ମାପ ଯନ୍ତ୍ର ସାହାଯ୍ୟ ଦ୍ଵାରା ଅନ୍ୟ ସ୍ଥାନ ଗୁଡିକର ପାଗ ସଂମ୍ପର୍କରେ କୁହାଯାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Be First to Comment

Leave a Reply

Your email address will not be published.