Press "Enter" to skip to content

ଫାମିଲି କୋର୍ଟ ରେ ମୁଁହା ମୁଁହି ହେଲେ Anubhab Barsha

ବର୍ଷା ଅନୁଭବ ବିବାଦ ଦୀର୍ଘ 8 ମାସ ରୁ ଉର୍ଦ୍ଧ ଧରି ଚାଲିଥିବା ବେଳେ ବର୍ତ୍ତମାନ ଏହା ନୂଆ ନୂଆ ମୋଡ଼ ନେବାରେ ଲାଗିଛି l ଦୁହେଁ ଦୁହିଁଙ୍କ ପାଖେ ଅସୁରକ୍ଷୀତ ମନେ କରୁଥିବା ବେଳେ ପରସ୍ପର ଙ୍କ ସହ ବହୁତ କଷ୍ଟରେ ଜୀବନ ବିତାଉଛନ୍ତି l

ଅନୁଭବ ଏବଂ ବର୍ଷା ଗୋଟିଏ ଘରେ ରହୁଥିବା ହେତୁ ଦୁହେଁ ପରସ୍ପର ବିବାଦ ର ସମୁଖୀନ ହେଉଛନ୍ତି l ଆଗରୁ ଅନୁଭବ ଏବଂ ବର୍ଷା ସୁପରହିଟ ଯୋଡି ଭାବେ ଅଲିଉଡ ରେ ସ୍ଥାନ ପାଇଥିବା ବେଳେ ବର୍ତ୍ତମାନ କେହି କାହା ସହ ଗୋଟେ ମୁହୂର୍ତ୍ତ ମଧ୍ୟ ରହିବାକୁ ପସନ୍ଦ କରୁ ନାହାନ୍ତି l

ପ୍ରତ୍ୟେକ ଟି କଥାରେ ବିବାଦ ଏବଂ ବିତର୍କ ର ସାମ୍ନା କରିବାକୁ ପଡୁଛି ଦୁହିଁଙ୍କୁ l ଅନୁଭବ ଏବଂ ବର୍ଷା ଙ୍କ ବୈବାହିକ ଜୀବନରେ ସୁଧାର ଆଣିବା ନିମନ୍ତେ ଅନେକ ପ୍ରକାର ଚେଷ୍ଟା କରିସାରିଲେଣି ସମସ୍ତେ କିନ୍ତୁ ସୁଧାର କୌଣସି ମତେ ଆସୁନାହିଁ l

ଏମିତି କି କଂଗ୍ରେସ ରାଜନେତା ସୁର ରାଉତରାୟ ମଧ୍ୟ ଦୁହିଁଙ୍କୁ ବୁଝାଇଥିବା ର ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ l କିନ୍ତୁ ଦୁହିଁଙ୍କ ମଧ୍ୟରେ ତିକ୍ତତା ଥମିବାର ନାଁ ଧରୁନି l ଥରେ ବର୍ଷା ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ କେହି ତିକ୍ତତା ସୃଷ୍ଟି କରିପାରିବେ ନାହିଁ l

ଏହି ଘଟଣା ସେତେବେଳେ ର ଯେତେବେଳେ ଅନୁଭଵ ଏବଂ ଏଲିନା ଙ୍କ ସଂପର୍କ ବିଷୟରେ ଚର୍ଚ୍ଚା ହେଉଥିଲା l କିନ୍ତୁ ଆଜି ଏପରି ପରିସ୍ଥିତି ଉପୁଜିଛି ଯାହା ଦ୍ୱାରା ଦୁହେଁ ଦୁହିଁଙ୍କ ସହ ରହିବାକୁ ଚାଁହୁ ନାହାନ୍ତି l ଗତକାଲି ଅନୁଭବ କଟକ ପୁରୀଘାଟ ଥାନାରେ ବର୍ଷାଙ୍କ ସପକ୍ଷରେ ସଂଘିନ ଅଭିଯୋଗ ଆଣିଛନ୍ତି l

ଅନୁଭବ ଙ୍କ କହିବା ଅନୁଯାଇ ବର୍ଷା ତାଙ୍କ ଘରେ ରହୁଥିବା ବେଳେ କେହି ଅଚିନ୍ହା ଦୁର୍ବୁକ୍ତ ତାଙ୍କ ଘରେ ପଶି ଆସିଥିଲେ ଏବଂ ଏହିସବୁ ର ପଛରେ ବର୍ଷାଙ୍କର ଷଡଯନ୍ତ୍ର ଅଛି ବୋଲି ଅଭିଯୋଗ କରିଥିଲେ l

ଅନୁଭବ ତାଙ୍କ ଘରେ ସୁରକ୍ଷିତ ନୁହନ୍ତି ବୋଲି ଅଭିଯୋଗ କରିଥିଲେ l ଏବଂ ତାଙ୍କୁ ସବୁ ପ୍ରକାର ରେ ଚାପ ଦିଆ ଯାଉଥିବା ବେଳେ ବର୍ଷା ମଧ୍ୟ ତାଙ୍କ ପ୍ରତି ଷଡଯନ୍ତ୍ର ରଚୁଛନ୍ତି l

ଯାହା ଫଳରେ କିଛି ହେଲମେଟ ପିନ୍ଧା ଦୁର୍ବୁତ୍ତ ତାଙ୍କ ଘରେ ଜୋର ଜବରଦସ୍ତ ପଶି ଆସିଥିଲେ ଏବଂ ଏହାର ମୁଖ୍ୟ କାରଣ ଅନୁଭବ ବର୍ଷା ଙ୍କ ଷଡଯନ୍ତ୍ର ସନ୍ଦେହ କରିଛନ୍ତି ଏବଂ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି l ତାଙ୍କୁ ଏସବୁ ମଧ୍ୟରୁ ନ୍ୟାୟ ଦରକାର ବୋଲି ପୁରୀଘାଟ ଥାନାରେ ଅପିଲ କରିଛନ୍ତି l

ଏହା ପରେ ପୋଲିସ ପୁଣି ଏକ ମାମଲା ରୁଜୁ କରିଥିବା ବେଳେ ଗତକାଲି ଅନୁଭବ ଏବଂ ବର୍ଷା ଫାମିଲି କୋର୍ଟ ରେ ମୁଁହାମୁଁହି ହୋଇଛନ୍ତି l ଏବଂ ଦୁହେଁ ନିଜର ତଥ୍ୟ ଉପସ୍ଥାପନା କରିଥିଲେ l ଦୁହେଁ ଫାମିଲି କୋର୍ଟ ର ନିର୍ଦେଶ କ୍ରମେ ପହଁଞ୍ଚିଥିଲେ କୋର୍ଟ ରେ l

ଯେତେବେଳେ ତାଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା ଦୁହେଁ ଉତ୍ତର ରଖିବାକୁ ପସନ୍ଦ କରିନଥିଲେ ଏବଂ ନିଜର ବ୍ୟକ୍ତିଗତ ମାମଲାକୁ ପ୍ରକାଶ କରିବା ପାଇଁ ମନା କରିଦେଇଥିଲେ ଅନୁଭବ l ଠିକ ସେହିପରି ବର୍ଷା ମଧ୍ୟ ମିଡ଼ିଆ ସାମ୍ନାରେ କୌଣସି ପ୍ରତିଉତ୍ତର ଦେଇନଥିଲେ l

ତେବେ ଏହା ପୂର୍ବରୁ କୋର୍ଟ ଏକ ତାରିଖ ଦେଇଥିବା ବେଳେ ଅନୁଭବ ଉପସ୍ଥିତ ଥିଲେ ଏବଂ ବର୍ଷା ଉପସ୍ଥିତ ନଥିଲେ l କିନ୍ତୁ ବର୍ତ୍ତମାନ ଦୁହିଁଙ୍କୁ ଏକାଠି ଫାମିଲି କୋର୍ଟ ରେ ଦେଖିବାକୁ ମିଳିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.