Press "Enter" to skip to content

କାହିଁକି ଅଲଗା ହେଲେ ରାଜ୍ ରାଜେଶ୍ ଓ ଶ୍ରଦ୍ଧା ପାଣଗ୍ରାହୀ ସାମ୍ନାକୁ ଆସିଲା ବିଛେଦ ର ବଡ଼ କାରଣ Ollywood

ତେବେ ବନ୍ଧୁମାନେ ଓଡ଼ିଆ ସିରିଏଲ୍ ଦୁନିଆର ଦୁଇ ଅତି ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ରାଜେଶ୍ ପଣ୍ଡା ଏବଂ ଶ୍ରଦ୍ଧା ପାଣିଗ୍ରାହୀ।ଶ୍ରଦ୍ଧା ତରଙ୍ଗର ଆମ ଘର ଲକ୍ଷ୍ମୀ ସିରିଏଲ୍ ରେ ମୁଖ୍ୟ ନାୟିକା ହେଇ ସମସ୍ତଙ୍କ ମନ କିଣିଥିଲେ।

ସେହି ଭଳି ରାଜେଶ୍ ମଧ୍ୟ ସାର୍ଥକର ତୋ ଅଗଣାର ତୁଳସୀ ମୁଁ ଏବଂ ତରଙ୍ଗର ସାବିତ୍ରୀ ସିରିଏଲ୍ ରେ ଅଭିନୟ କରି ସମସ୍ତଙ୍କର ମନ ପସନ୍ଦ କଳାକାର ହେଇଛନ୍ତି।

ଓଲିଉଡରେ ମିଠା ମିଠା ଭଳି ସିନେମାରେ ଏମାନେ ଦୁହେଁ ଏକା ସାଙ୍ଗରେ ଅଭିନୟ କରିସାରିଛନ୍ତି।୨୦୧୭ ମସିହାରେ ଏହି ସିନେମାଟି ଆସିଥିଲା, କିନ୍ତୁ ସର୍ବ ପ୍ରଥମେ ସାର୍ଥକର ଏକ ନାଚ ପ୍ରଦର୍ଶନରେ ଏମାନେ ଦୁହେଁ ସାଥୀ ପ୍ରତିଯୋଗୀ ଭାବରେ ଆସିଥିଲେ।ତେବେ ସେହି ସମୟରୁ ହିଁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା।

ତେବେ ଏହି ପ୍ରେମସମ୍ପର୍କକୁ ଆଉ ଗୋଟେ ପାହାଚ ଆଗକୁ ବଢ଼ାଇବାକୁ ଯାଇ ଏମାନେ ପରସ୍ପରକୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।ତେବେ ଆର ବର୍ଷ ଏମାନଙ୍କର ନିର୍ବନ୍ଧ ମଧ୍ୟ ହେଇଯାଇଥିଲା।

କିନ୍ତୁ ଶ୍ରଦ୍ଧାଙ୍କର ଜେଜେ ମା ମୃତ୍ୟୁ ବରଣ କରିଥିଲେ, ତେଣୁ ବାହାଘର କାର୍ଯ୍ୟଟି ବର୍ଷେ ପାଇଁ ସ୍ଥଗିତ ରଖାଯାଇଥିଲା।ତାର ଅର୍ଥ ଏ ବର୍ଷ ଏମାନଙ୍କର ବାହାଘର ହେବା କଥା।କିନ୍ତୁ ଆଶ୍ଚର୍ଯ୍ୟର କଥା କି ଏବେ ସେମାନେ ଅଲଗା ହେଇଯାଇଛନ୍ତି।

ଆଜ୍ଞା ହଁ ସୋସିଆଲ ମିଡିଆରେ ଏ ଖବରଟି ବହୁତ୍ ଭାଇରାଲ ହେଇଛି।ଯଦିଓ ଏମାନଙ୍କର ଅଲଗା ହେବାର କିଛି କାରଣ ସାମ୍ନାକୁ ଆସିନି।କିନ୍ତୁ ଏମାନେ ନିଜ ନିଜ ସୋସିଆଲ ମିଡ଼ିଆରୁ ପରସ୍ପରର ସବୁ ଫଟୋଗୁଡ଼ିକ କାଟି ଦେଇଛନ୍ତି।

ରାଜେଶ୍ ଶ୍ରଦ୍ଧାଙ୍କର ସବୁ ଫଟୋଗୁଡ଼ିକ କାଟି ଦେଇଥିବା ବେଳେ ଶ୍ରଦ୍ଧା ମଧ୍ୟ ରାଜେଶଙ୍କର ସମସ୍ତ ଫଟୋଗୁଡ଼ିକ କାଟି ଦେଇଛନ୍ତି।ଖାଲି ସେତିକି ନୁହଁ ଦୁହେଁ ନିଜ ସୋସିଆଲ ମିଡିଆରେ ଦୁଃଖ ଓ ହୃଦୟ ଭାଙ୍ଗି ଯିବାର ଭିଡିଓଗୁଡ଼ିକ ଛାଡିଛନ୍ତି।

ତେବେ ଯଦିଓ ଏହି ଯୋଡ଼ି ଭାଙ୍ଗିବାର କୌଣସି ମୁଖ୍ୟ କାରଣ ଜଣା ପଡିନାହିଁ ହେଲେ ବି ତାଙ୍କର ସମର୍ଥକମାନେ ବହୁତ୍ ଦୁଃଖ ପ୍ରକାଶ କରିଛନ୍ତି।

ତେବେ ଏହା ଭିତରେ କେତେ କଣ ସତ୍ୟତା ରହିଛି ଏହା ତ ସମୟ ହିଁ କହିବ କିନ୍ତୁ ପ୍ରଶଂସକମାନେ ଖୁବ୍ ଶୀଘ୍ର ଏହାର କାରଣ ଜାଣିବାକୁ ଇଚ୍ଛୁକ ଅଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Be First to Comment

Leave a Reply

Your email address will not be published.